ମାର୍କଲିଖିତ ସୁସମାଚାର 7
7
ଫାରୁଶୀମାନଙ୍କର ରୀତିନୀତି
(ମାଥିଉ ୧୫:୧-୯)
1ଯିରୂଶାଲମରୁ ଆସିଥିବା କେତେଜଣ ଫାରୂଶୀ ଓ ଶାସ୍ତ୍ରୀ ଯୀଶୁଙ୍କ ନିକଟରେ ଏକତ୍ରିତ ହେଲେ। 2ସେମାନେ ଲକ୍ଷ୍ୟ କଲେ ଯେ, ଯୀଶୁଙ୍କ କେତେକ ଶିଷ୍ୟ ବିଧି ଅନୁଯାୟୀ ହାତ ଧୋଇ ଖାଉ ନାହାନ୍ତି। ଫାରୁଶୀମାନେ ଖାଇବା ପୂର୍ବରୁ ହାତ ଧୋଇବା ପାଇଁ ଯେଉଁ ନିୟମସବୁ କରିଥିଲେ, ଶିଷ୍ୟମାନେ ତାହା ପାଳନ କରୁ ନ ଥିଲେ।
3(ଫାରୁଶୀ ଓ ଅନ୍ୟାନ୍ୟ ଇହୁଦୀମାନେ ସେମାନଙ୍କ ପୂର୍ବ ପୁରୁଷଙ୍କ ରୀତିନୀତି ପାଳନ କରନ୍ତି, ବିଧିବଦ୍ଧଭାବେ ହାତ ନ ଧୋଇ ସେମାନେ ଭୋଜନ କରନ୍ତି ନାହିଁ। 4ହାଟ ବଜାରରୁ ଫେରିବା ପରେ ପ୍ରଥମେ ବିଧିମତେ ଧୂଆଧୋଇ ନ ହୋଇ କିଛି ଖାଆନ୍ତି ନାହିଁ#7:4 କିମ୍ବା ହାଟବଜାରରୁ ଆସିଥିବା ଖାଦ୍ୟପଦାର୍ଥ ପ୍ରଥମେ ନ ଧୋଇ ସେମାନେ ଖା’ନ୍ତି ନାହିଁ।। ଗରା, ତାଟିଆ, ତମ୍ବାବାସନ ଓ ବିଛଣା ପତ୍ର ଧୋଇବା ପାଇଁ ନାନା ପ୍ରକାର ନିରୂପିତ ନିୟମ ସେମାନେ ପାଳନ କରନ୍ତି।)
5ଫାରୂଶୀ ଓ ଶାସ୍ତ୍ରୀମାନେ ଯୀଶୁଙ୍କୁ ପଚାରିଲେ, “ଆମ ପୂର୍ବ ପୁରୁଷମାନେ ଯେଉଁସବୁ ରୀତିନୀତି ସ୍ଥାପନ କରି ଯାଇଛନ୍ତି, ଆପଣଙ୍କ ଶିଷ୍ୟମାନେ ତାହା ପାଳନ କରୁ ନାହାନ୍ତି କାହିଁକି? ନିୟମାନୁସାରେ ଖାଇବା ପୂର୍ବରୁ ହାତ ଧୋଉ ନାହାନ୍ତି କାହିଁକି?”
6ଯୀଶୁ ଉତ୍ତର ଦେଲେ, “ତୁମ୍ଭମାନଙ୍କ ବିଷୟରେ ଭାବବାଦୀ ଯିଶାଇୟ ଯାହା କହିଥିଲେ, ତାହା ଯଥାର୍ଥ। ତାଙ୍କ ଲେଖା ଅନୁସାରେ ତୁମେ ସବୁ ଛଳ ଧାର୍ମିକ। ‘ଈଶ୍ୱର କହନ୍ତି, ଏହି ଲୋକମାନେ କେବଳ ମୁହଁରେ ମୋତେ ସମ୍ମାନ ଦିଅନ୍ତି କିନ୍ତୁ ହୃଦୟ ମୋ’ଠାରୁ ବହୁ ଦୂରରେ।#ଯିଶାଇୟ ୨୯:୧୩।
7ମୋତେ ଆରାଧନା କରିବା ସେମାନଙ୍କର ବୃଥା।
କାରଣ ସେମାନେ ମଣିଷ ଗଢ଼ା ନିୟମକୁ
8ଈଶ୍ୱରଙ୍କ ବିଧାନ ବୋଲି ଶିକ୍ଷା ଦେଉଛନ୍ତି,
ଈଶ୍ୱରଙ୍କ ଆଜ୍ଞା ସବୁ ପ୍ରତ୍ୟାଖ୍ୟାନ କରି ମଣିଷର ଶିକ୍ଷାକୁ ପାଳନ କରନ୍ତି’।”
9ଯୀଶୁ ପୁନର୍ବାର କହିଲେ, “ଈଶ୍ୱରଙ୍କ ବିଧାନକୁ ଉପେକ୍ଷା କରି ନିଜ ଶିକ୍ଷାକୁ ଧରି ରଖିବା ପାଇଁ ତୁମ୍ଭେମାନେ ଚତୁର ଉପାୟ ଅବଲମ୍ବନ କରିଛ। 10ମୋଶା ଆଜ୍ଞା ଦେଇଥିଲେ, ‘ପିତାମାତାଙ୍କୁ ସମାଦର କର’, ପୁଣି ‘ଯେ ନିଜ ପିତାମାତାଙ୍କୁ ସମାଦର କର’, ପୁଣି ‘ଯେ ନିଜ ପିତାମାତାଙ୍କୁ ଲାଞ୍ଛନା କରେ, ସେ ପ୍ରାଣଦଣ୍ଡର ଯୋଗ୍ୟ।’#ଯାତ୍ରା. ୨୦:୧୨; ୨୧:୧୭; ଲେବୀ ୨୦:୯; ଦ୍ୱି. ବିବରଣୀ ୫:୧୬। 11କିନ୍ତୁ ତୁମେ ଶିକ୍ଷା ଦେଉଛ ଯେ, ପିତାମାତାଙ୍କର ଯାହା ପ୍ରାପ୍ୟ, ତାହା ‘କୋରବାନ୍’ ଅର୍ଥାତ୍ ଈଶ୍ୱରଙ୍କ ପାଇଁ ବୋଲି କହିଦେଲେ, 12ପିତାମାତାଙ୍କୁ ସାହାଯ୍ୟ କରିବା ଦାୟିତ୍ୱରୁ ମୁକ୍ତ ହେବ। 13ଏହିପରି ଭାବରେ ଅନ୍ୟକୁ ଦେଉଥିବା ତୁମର ଶିକ୍ଷା ଈଶ୍ୱରଙ୍କ ଆଜ୍ଞାକୁ ଲଙ୍ଘନ କରୁଛି। ଏହିଭଳି ଆହୁରି ଅନେକ କାର୍ଯ୍ୟ ତୁମେ କରୁଛ।”
ମନୁଷ୍ୟକୁ ଯାହା ଅପବିତ୍ର କରେ
(ମାଥିଉ ୧୫:୧୦-୨୦)
14ଯୀଶୁ ଆଉ ଥରେ ଲୋକମାନଙ୍କୁ ଡ଼ାକି କହିଲେ, “ମୋ’ କଥା ମନ ଦେଇ ଶୁଣ ଓ ବୁଝିବାକୁ ଚେଷ୍ଟା କର। 15ବାହାରର କୌଣସି ବିଷୟ ମନୁଷ୍ୟ ଭିତରେ ପ୍ରବେଶ କରି ତାକୁ ଅପବିତ୍ର କରିପାରେ ନାହିଁ। ବରଂ ଯେଉଁ ବିଷୟ ମନୁଷ୍ୟ ଭିତରୁ ବାହାରକୁ ଆସେ, ତାହା ହିଁ ତାକୁ ଅଶୁଚି କରିଥାଏ।”#7:15 କେତେକ ପାଣ୍ଡୁଲିପିରେ ୧୫ ପଦ ପରେ ନିମ୍ନଲିଖିତ ବାକ୍ୟଟିକୁ ୧୬ ପଦ ରୂପେ ଯୋଗ କରାଯାଇଛି: “ଶୁଣିବାକୁ କାନ ଥିଲେ ଶୁଣ।”
17ଯୀଶୁ ଗହଳି ଭିତରୁ ଆସି ଘରେ ପ୍ରବେଶ କରିବା ପରେ, ତାଙ୍କର ଏହି ଶିକ୍ଷାକୁ ବୁଝାଇ ଦେବା ପାଇଁ ଶିଷ୍ୟମାନେ ଯୀଶୁଙ୍କୁ ଅନୁରୋଧ କଲେ। 18ଯୀଶୁ ସେମାନଙ୍କୁ କହିଲେ, “ଅନ୍ୟମାନଙ୍କ ପରି ତୁମର ମଧ୍ୟ ବୁଝିବା ଶକ୍ତି କ’ଣ ଏତେ ଅଳ୍ପ? ଏତିକି ବଝି ପାରୁ ନାହଁ? ଯାହା ସବୁ ମନୁଷ୍ୟ ଶରୀରରେ ବାହାରୁ ପ୍ରବେଶ କରେ, ତାହା ତାକୁ ଅଶୁଚି କରିପାରେ ନାହିଁ - 19କାରଣ ତାହା ହୃଦୟରେ ପ୍ରବେଶ ନ କରି ଉଦରକୁ ଯାଏ ଏବଂ ପରିଶେଷରେ ଶରୀରରୁ ନିଷ୍କ୍ରାନ୍ତ ହୁଏ।” (ଏହା କହିବା ଦ୍ୱାରା ସମସ୍ତ ଖାଦ୍ୟ ପଦାର୍ଥ ଶୁଚି ବୋଲି ଯୀଶୁ ସୂଚାଇ ଦେଇଥିଲେ)
20ସେ ଆହୁରି କହିଲେ, “ଯାହା ସବୁ ମନୁଷ୍ୟର ଅନ୍ତରରୁ ବାହାରେ, ତାହା ହିଁ ତାକୁ ଅପବିତ୍ର କରିଥାଏ, 21କାରଣ ତାହାର ହୃଦୟରୁ ଜାତ ଅସତ୍ ଚିନ୍ତା ଦ୍ୱାରା ସେ ନାନା ପ୍ରକାର ନୀତିହୀନ କାର୍ଯ୍ୟ କରିଥାଏ, 22ଯଥା - ଚୋରି, ନରହତ୍ୟା, ବ୍ୟଭିଚାର, ଲୋଭ ଓ ନାନା ପ୍ରକାର ଦୁଷ୍କର୍ମ - ପ୍ରତାରଣା, ଅଶୋଭନୀୟ ଆଚରଣ, ଈର୍ଷା, କୁତ୍ସାରଟନା, ଅହଙ୍କାର ଓ ମୂଢ଼ତା। 23ଏ ସମସ୍ତ ଅସତ୍ ବିଷୟ ମନୁଷ୍ୟର ହୃଦୟରୁ ଜାତ ହୋଇ ତାକୁ ଅଶୁଚି କରେ।
ଜଣେ ସ୍ତ୍ରୀ ଲୋକର ବିଶ୍ୱାସ
(ମାଥିଉ ୧୫:୨୧-୨୮)
24ତତ୍ପରେ ଯୀଶୁ ସେହି ସ୍ଥାନ ଛାଡ଼ି ସୋର ନିକଟବର୍ତ୍ତୀ ଅଞ୍ଚଳକୁ ଗଲେ। ସେଠାରେ ସେ ଗୋଟିଏ ଗୃହରେ ପ୍ରବେଶ କରି ଅଜ୍ଞାତ ଭାବରେ ରହିବା ପାଇଁ ଇଚ୍ଛା କଲେ, କିନ୍ତୁ ସେ ଗୋପନରେ ରହି ପାରିଲେ ନାହିଁ 25ଜଣେ ସ୍ତ୍ରୀ ଲୋକର ଝିଅ ଭୂତଗ୍ରସ୍ତ ହୋଇଥିଲା। ଯୀଶୁଙ୍କ ଆଗମନ କଥା ଶୁଣିବା ମାତ୍ରେ ସେ ତାଙ୍କ ନିକଟକୁ ଆସି ତାଙ୍କ ଗୋଡ଼ତଳେ ପଡ଼ିଲା। 26ସେ ଥିଲା ସୁରଫୈନିକୀୟା ଅଞ୍ଚଳର ଜଣେ ଅଣଇହୁଦୀ। ତା’ ଝିଅଠାରୁ ଭୂତ ଛଡ଼ାଇବା ପାଇଁ ସେ ଯୀଶୁଙ୍କୁ ନିବେଦନ କଲା। 27କିନ୍ତୁ ଯୀଶୁ ଉତ୍ତର ଦେଲେ, “ନିଜ ପିଲାମାନଙ୍କୁ ପ୍ରଥମେ ଖୁଆଇବାକୁ ହେବ। ପିଲାମାନଙ୍କ ଖାଦ୍ୟ ନେଇ କୁକୁରମାନଙ୍କ ଆଗରେ ପକାଇବା ଉଚିତ୍ ହେବ ନାହିଁ।”
28ସ୍ତ୍ରୀ ଲୋକଟି କହିଲା, “ଆଜ୍ଞା, କୁକୁରମାନେ ଟେବୁଲ୍ ତଳେ ଥାଇ ପିଲାଙ୍କର ଅଇଁଠା ଖାଇଥାଆନ୍ତି।”
29ଯୀଶୁ ତାକୁ କହିଲେ, “ଠିକ୍ କଥା, ବର୍ତ୍ତମାନ ଘରକୁ ଫେରିଯାଇ ଦେଖ, ତୁମ ଝିଅଠାରୁ ଭୂତ ଛାଡ଼ି ଯାଇଛି।”
30ସ୍ତ୍ରୀ ଲୋକଟି ଘରକୁ ଫେରିଯାଇ ଦେଖିଲା ଯେ ତା’ ଝିଅଟି ବିଛଣାରେ ଶୋଇଛି ଏବଂ ପ୍ରକୃତରେ ଭୂତ ତାକୁ ଛାଡ଼ି ଚାଲି ଯାଇଛି।
ଯୀଶୁ ମୂକବଧିରକୁ ସୁସ୍ଥ କଲେ
31ତା’ପରେ ଯୀଶୁ ସୋର ଅଞ୍ଚଳରୁ ସୀଦୋନକୁ ପ୍ରସ୍ଥାନ କରି ସେଠାରୁ ଦେକାପଲ୍ଲୀ ପ୍ରଦେଶ ଭିତର ଦେଇ ଗାଲିଲୀ କୂଳରେ ଆସି ପହଞ୍ôଚଲେ। 32ସେଠାରେ କେତେକ ଲୋକ ଜଣେ ବଧିରକୁ ଯୀଶୁଙ୍କ ନିକଟକୁ ଆଣିଲେ। ସେ ସ୍ପଷ୍ଟ କଥା କହିପାରୁ ନ ଥିଲା। ତା’ ଉପରେ ହାତ ଥୋଇବା ପାଇଁ ସେମାନେ ଯୀଶୁଙ୍କୁ ଅନୁରୋଧ କଲେ। 33ଯୀଶୁ ତାକୁ ଏକାକୀ ଲୋକ ଗହଳିରୁ କିଛି ଦୂରକୁ ନେଇଗଲେ। ତା’ କାନରେ ଆଙ୍ଗୁଠି ଦେଇ, ଛେପ ପକାଇ ତା’ ଜିଭକୁ ଛୁଇଁଲେ। 34ତତ୍ପରେ ସ୍ୱର୍ଗଆଡ଼କୁ ଉଦ୍ଧ୍ୱର୍ଦୃଷ୍ଟି କରି, ଦୀର୍ଘନିଶ୍ୱାସ ପକାଇ କହିଲେ, “ଇପ୍ପଥାଃ” ଅର୍ଥାତ୍ “ଫିଟିଯା”।
35ତତ୍କ୍ଷଣାତ୍ ଲୋକଟି ଶୁଣିବା ଶକ୍ତି ପାଇଲା, ତା’ର ମୂକ ଅବସ୍ଥା ଦୂର ହୋଇଗଲା ଏବଂ ସେ ସ୍ପଷ୍ଟଭାବେ କଥା କହିପାରିଲା। 36ଏ ଘଟଣା ବିଷୟରେ ଅନ୍ୟମାନଙ୍କୁ କିଛି ନ ଜଣାଇବାକୁ ଯୀଶୁ ଲୋକମାନଙ୍କୁ ଆଦେଶ ଦେଲେ। କିନ୍ତୁ ଯୀଶୁ ଯେତିକି ବାରଣ କଲେ, ଲୋକେ ସେତିକି କହି ବୁଲିଲେ। 37ଯେଉଁମାନେ ଏସବୁ କଥା ଶୁଣିଲେ, ସେମାନେ ଅବାକ୍ ହୋଇ କହିଲେ, “ସେ କେତେ ଚମକ୍ରାରଭାବେ କାର୍ଯ୍ୟ କରୁଛନ୍ତି - ବଧିରକୁ ଶ୍ରବଣ ଶକ୍ତି, ମୂକକୁ ବାକ୍ ଶକ୍ତି ଦେଉଛନ୍ତି।”
Chwazi Kounye ya:
ମାର୍କଲିଖିତ ସୁସମାଚାର 7: ODCLBSI
Pati Souliye
Pataje
Kopye

Ou vle gen souliye ou yo sere sou tout aparèy ou yo? Enskri oswa konekte
Odia (CL) NT - ପବିତ୍ର ବାଇବଲ
© The Bible Society of India, 2018.
Used by permission. All rights reserved worldwide.

: