1
ଆଦି ପୁସ୍ତକ 45:5
ପବିତ୍ର ବାଇବଲ (Re-edited) - (BSI)
ODIAOV-BSI
ମାତ୍ର ତୁମ୍ଭେମାନେ ମୋତେ ଏଠାକୁ ଆସିବା ପାଇଁ ବିକ୍ରୟ କଲ ବୋଲି ଏବେ ଦୁଃଖିତ ଓ ଆପଣା ଆପଣା ପ୍ରତି ବିରକ୍ତ ହୁଅ ନାହିଁ; କାରଣ ପରମେଶ୍ଵର ପ୍ରାଣ ବଞ୍ଚାଇବା ନିମନ୍ତେ ତୁମ୍ଭମାନଙ୍କ ଆଗେ ମୋତେ ପଠାଇଲେ।
ប្រៀបធៀប
រុករក ଆଦି ପୁସ୍ତକ 45:5
2
ଆଦି ପୁସ୍ତକ 45:8
ଏନିମନ୍ତେ ତୁମ୍ଭେମାନେ ଯେ ମୋତେ ଏ ସ୍ଥାନକୁ ପଠାଇ ଅଛ, ତାହା ନୁହେଁ, ପରମେଶ୍ଵର ପଠାଇ ଅଛନ୍ତି; ପୁଣି ସେ ମୋତେ ଫାରୋଙ୍କର ପିତା ଓ ତାଙ୍କ ଗୃହର ପ୍ରଭୁ ଓ ସମସ୍ତ ମିସର ଦେଶର କର୍ତ୍ତା କରିଅଛନ୍ତି।
រុករក ଆଦି ପୁସ୍ତକ 45:8
3
ଆଦି ପୁସ୍ତକ 45:7
ଏଣୁକରି ପରମେଶ୍ଵର ପୃଥିବୀରେ ତୁମ୍ଭମାନଙ୍କୁ ଅବଶିଷ୍ଟାଂଶ ରୂପେ ରକ୍ଷା କରିବାକୁ ଓ ମହା ଉଦ୍ଧାର ଉପଲକ୍ଷ୍ୟରେ ତୁମ୍ଭମାନଙ୍କୁ ପ୍ରାଣରେ ବଞ୍ଚାଇବାକୁ ତୁମ୍ଭମାନଙ୍କ ଆଗେ ମୋତେ ପଠାଇ ଅଛନ୍ତି।
រុករក ଆଦି ପୁସ୍ତକ 45:7
4
ଆଦି ପୁସ୍ତକ 45:4
ଅନନ୍ତର ଯୋଷେଫ ଆପଣା ଭାଇମାନଙ୍କୁ କହିଲେ, ବିନୟ କରୁଅଛି, ମୋʼ ପାଖକୁ ଆସ; ତହିଁରେ ସେମାନେ ପାଖକୁ ଯାଆନ୍ତେ, ସେ କହିଲେ, ମୁଁ ତୁମ୍ଭମାନଙ୍କର ଭାଇ ଯୋଷେଫ, ଯାହାକୁ ତୁମ୍ଭେମାନେ ମିସରଗାମୀ ଲୋକମାନଙ୍କୁ ବିକ୍ରୟ କରିଥିଲ।
រុករក ଆଦି ପୁସ୍ତକ 45:4
5
ଆଦି ପୁସ୍ତକ 45:6
ଦେଖ, କେବଳ ଦୁଇ ବର୍ଷ ହେଲା ଦେଶରେ ଦୁର୍ଭିକ୍ଷ ହୋଇଅଛି; ଆହୁରି ପାଞ୍ଚ ବର୍ଷ ବାକୀ ଅଛି, ତହିଁ ମଧ୍ୟରେ ଚାଷ କି ଶସ୍ୟଚ୍ଛେଦନ ହେବ ନାହିଁ।
រុករក ଆଦି ପୁସ୍ତକ 45:6
6
ଆଦି ପୁସ୍ତକ 45:3
ଯୋଷେଫ ଆପଣା ଭାଇମାନଙ୍କୁ କହିଲେ, ମୁଁ ଯୋଷେଫ; ମୋʼ ପିତା କି ଆଜିଯାଏ ବଞ୍ଚିଅଛନ୍ତି? ଏଥିରେ ତାଙ୍କର ଭାଇମାନେ ତାଙ୍କ ସାକ୍ଷାତରେ ଉଦ୍ବିଗ୍ନ ହେବାରୁ କିଛି ଉତ୍ତର ଦେଇ ପାରିଲେ ନାହିଁ।
រុករក ଆଦି ପୁସ୍ତକ 45:3
គេហ៍
ព្រះគម្ពីរ
គម្រោងអាន
វីដេអូ