ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 11
11
ଶେଷ ଦଣ୍ଡର ଭୟ
1ସଦାପ୍ରଭୁ ମୋଶାଙ୍କୁ କହିଲେ, “ଆମ୍ଭେ ଫାରୋ ଓ ମିସର ଉପରେ ଆଉ ଏକ ଉତ୍ପାତ ଆଣିବା; ତହିଁ ଉତ୍ତାରେ ସେ ତୁମ୍ଭମାନଙ୍କୁ ଏ ସ୍ଥାନରୁ ଯିବାକୁ ଦେବ; ପୁଣି, ଯିବାକୁ ଦେବା ସମୟରେ ସେ ତୁମ୍ଭମାନଙ୍କୁ ନିତାନ୍ତ ତଡ଼ି ଦେବ। 2ଏହେତୁ ଏବେ ଲୋକମାନଙ୍କ କର୍ଣ୍ଣଗୋଚରରେ କୁହ, ପ୍ରତ୍ୟେକ ପୁରୁଷ ଆପଣା ଆପଣା ପ୍ରତିବାସୀଠାରୁ ଓ ପ୍ରତ୍ୟେକ ସ୍ତ୍ରୀ ଆପଣା ଆପଣା ପ୍ରତିବାସିନୀଠାରୁ ରୌପ୍ୟ-ଅଳଙ୍କାର ଓ ସ୍ୱର୍ଣ୍ଣ-ଅଳଙ୍କାର ମାଗି ନିଅନ୍ତୁ।” 3ଆଉ ସଦାପ୍ରଭୁ ମିସ୍ରୀୟମାନଙ୍କ ଦୃଷ୍ଟିରେ ଲୋକମାନଙ୍କୁ ଅନୁଗ୍ରହପ୍ରାପ୍ତ କଲେ। ପୁଣି, ମିସର ଦେଶରେ ଫାରୋଙ୍କର ଦାସମାନଙ୍କ ଓ ଲୋକମାନଙ୍କ ଦୃଷ୍ଟିରେ ମୋଶା ଅତି ସମ୍ଭ୍ରାନ୍ତ ପୁରୁଷ ହେଲେ। 4ଏଥିଉତ୍ତାରେ ମୋଶା କହିଲେ, “ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଦୁଇପ୍ରହର ରାତ୍ରିରେ ମିସରର ମଧ୍ୟ ଦେଇ ଗମନ କରିବା।” 5ତହିଁରେ ସିଂହାସନୋପବିଷ୍ଟ ଫାରୋଙ୍କର ପ୍ରଥମଜାତଠାରୁ ଚକି ପେଷଣକାରିଣୀ ଦାସୀର ପ୍ରଥମଜାତ ପର୍ଯ୍ୟନ୍ତ ମିସର ଦେଶସ୍ଥିତ ସମସ୍ତ ପ୍ରଥମଜାତ ଓ ପଶୁମାନଙ୍କର ପ୍ରଥମଜାତ ମରିବେ। 6ଏଣୁ ସମୁଦାୟ ମିସର ଦେଶରେ, ଯେପରି କେବେ ହୋଇ ନାହିଁ ଓ ହେବ ନାହିଁ, ଏପରି ମହାରୋଦନ ହେବ। 7ମାତ୍ର ସଦାପ୍ରଭୁ ମିସ୍ରୀୟ ଲୋକଙ୍କଠାରୁ ଇସ୍ରାଏଲୀୟ ଲୋକଙ୍କୁ ପ୍ରଭେଦ କରନ୍ତି, ଏହା ଯେପରି ତୁମ୍ଭେମାନେ ଜ୍ଞାତ ହେବ, ଏଥିପାଇଁ ଇସ୍ରାଏଲ ସନ୍ତାନମାନଙ୍କ ମଧ୍ୟରେ ମନୁଷ୍ୟ କି ପଶୁ ପ୍ରତି ଗୋଟିଏ କୁକ୍କୁର ସୁଦ୍ଧା ଜିହ୍ୱା ପଜାଇବ ନାହିଁ। 8ତହିଁରେ ତୁମ୍ଭର ଏହି ସମସ୍ତ ଦାସମାନେ ମୋ’ ନିକଟକୁ ନତ ହୋଇ ଆସିବେ ଓ ମୋତେ ପ୍ରଣାମ କରି କହିବେ, ତୁମ୍ଭେ ଓ ତୁମ୍ଭର ଅନୁଗତ ସମସ୍ତ ଲୋକ ବାହାରି ଯାଅ; ତହିଁ ଉତ୍ତାରେ ମୁଁ ବାହାରି ଯିବି। ଏଥିଉତ୍ତାରେ ସେ ପ୍ରଚଣ୍ଡ କ୍ରୋଧରେ ଫାରୋଙ୍କ ନିକଟରୁ ବାହାରି ଗଲେ। 9ସଦାପ୍ରଭୁ ମୋଶାଙ୍କୁ କହିଥିଲେ, ଆମ୍ଭେ ଯେପରି ମିସର ଦେଶରେ ଆପଣା ଆଶ୍ଚର୍ଯ୍ୟକ୍ରିୟା ବହୁସଂଖ୍ୟକ କରିବା, ଏଥିପାଇଁ ଫାରୋ ତୁମ୍ଭମାନଙ୍କ କଥାରେ ମନୋଯୋଗ କରିବ ନାହିଁ। 10ପୁଣି, ମୋଶା ଓ ହାରୋଣ ଫାରୋଙ୍କ ସମ୍ମୁଖରେ ଏହି ସମସ୍ତ ଆଶ୍ଚର୍ଯ୍ୟକର୍ମ କରିଥିଲେ; ମାତ୍ର ସଦାପ୍ରଭୁ ଫାରୋଙ୍କର ହୃଦୟ କଠିନ କରନ୍ତେ, ସେ ଆପଣା ଦେଶରୁ ଇସ୍ରାଏଲ ସନ୍ତାନଗଣଙ୍କୁ ଯିବାକୁ ଦେଲେ ନାହିଁ।
Valgt i Øjeblikket:
ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 11: ORYIRV
Markering
Kopiér
Sammenlign
Del
Vil du have dine markeringer gemt på tværs af alle dine enheder? Tilmeld dig eller log ind
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0