କଲସୀୟ ଉପକ୍ରମଣିକା
ଉପକ୍ରମଣିକା
କଲସୀ ପଶ୍ଚିମ ଆସିଆର ଏକ ସହର। ଏହା ଏଫିଶୀର ପୂର୍ବ ଦିଗରେ ଅବସ୍ଥିତ। କଲସୀର ଖ୍ରୀଷ୍ଟୀୟ ମଣ୍ଡଳୀ ପାଉଲଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇ ନ ଥିଲେ ମଧ୍ୟ, ତାହା ପ୍ରତି ପାଉଲଙ୍କ ବିଶେଷ ଦାୟିତ୍ୱ ରହିଛି ବୋଲି ସେ ମନେ କରୁଥିଲେ। ପାଉଲ ସମ୍ବାଦ ପାଇଥିଲେ, କଲସୀ ମଣ୍ଡଳୀରେ କେତେକ ଶଠ ଧର୍ମଗୁରୁ ଶିକ୍ଷା ଦେଉଥିଲେ ଯେ, ଈଶ୍ୱରଙ୍କୁ ଜାଣିବାକୁ ଓ ପରିତ୍ରାଣ ପାଇବା ପାଇଁ ବିଶ୍ୱର ଅଶରୀରୀ ଶକ୍ତି ଓ ଅଧିପତିମାନଙ୍କର ପୂଜା କରିବାକୁ ହେବ। ସେମାନେ ଆହୁରି ମଧ୍ୟ ପ୍ରଚାର କରୁଥିଲେ ଯେ, ପରିତ୍ରାଣ ପାଇବା ପାଇଁ ସୁନ୍ନତ୍ ତଥା ଖାଦ୍ୟ ସଂକ୍ରାନ୍ତୀୟ ଓ ଅନ୍ୟାନ୍ୟ କେତେକ ଇହୁଦୀ ବିଧିବିଧାନ ନିଷ୍ଠାପର ଭାବରେ ପାଳନ କରିବା ଆବଶ୍ୟକ।
ପାଉଲ ଏହି ସବୁ ଭ୍ରାନ୍ତ ଶିକ୍ଷା ଖଣ୍ଡନ କରି ପ୍ରକୃତ ଖ୍ରୀଷ୍ଟୀୟ ଶିକ୍ଷା କଅଣ, ଏ ପତ୍ରରେ ବୁଝାଇଛନ୍ତି। ଯୀଶୁ ଖ୍ରୀଷ୍ଟ ଯେ ପରିତ୍ରାଣ କରିବାକୁ ସମ୍ପୂର୍ଣ୍ଣ ସମର୍ଥ ଏବଂ ଅନ୍ୟ କାହାଠାରେ ଦୂରେଇ ଯାଏ, ଏ ପତ୍ରରେ ଏହା ପାଉଲଙ୍କ ଯୁକ୍ତିର ସାର କଥା। ଈଶ୍ୱର ଖ୍ରୀଷ୍ଟଙ୍କ ଦ୍ୱାରା ହିଁ ଜଗତକୁ ତାଙ୍କ ସହିତ ପୁନର୍ମିଳନ କରାଇବା ପାଇଁ ବ୍ୟବସ୍ଥା କରିଛନ୍ତି। କେବଳ ଖ୍ରୀଷ୍ଟଙ୍କ ସହ ସଂଲଗ୍ନ ହେବା ଦ୍ୱାରା ଜଗତ ରକ୍ଷା ପାଇପାରିବ। ଏହି ସୁସମାଚାର ବିଶ୍ୱାସୀମାନଙ୍କ ଜୀବନରେ କିପରି ପ୍ରତିଫଳିତ ହୁଏ, ତାହା ପାଉଲ ବିଶଦଭାବେ ବର୍ଣ୍ଣନା କରିଛନ୍ତି (୩:୫-୪:୫)
ଏଠାରେ ଗୋଟିଏ ଉଲ୍ଲେଖଯୋଗ୍ୟ ବିଷୟ ହେଉଛି, କଲସୀକୁ ପାଉଲଙ୍କ ପତ୍ରବାହକ ତୁଖିକଙ୍କ ସଙ୍ଗରେ କ୍ରୀତଦାସ ଅନିସିମ ଯାଇଥିଲେ। ଅନିସିମଙ୍କ ସପକ୍ଷରେ ପାଉଲ “ଫିଲୀମନ” ପତ୍ର ଲେଖିଛନ୍ତି।
ବିଷୟ ସୂଚୀ
ପୂର୍ବାଭାସ - ୧:୧-୮
ଖ୍ରୀଷ୍ଟଙ୍କ ସ୍ୱରୂପ ଓ ତାଙ୍କ କାର୍ଯ୍ୟ - ୧:୯-୨:୧୯
ଖ୍ରୀଷ୍ଟଙ୍କଠାରୁ ପ୍ରାପ୍ତ ନୂତନ ଜୀବନ - ୨:୨୦-୪:୬
ଉପସଂହାର ୪:୭-୧୮
Currently Selected:
କଲସୀୟ ଉପକ୍ରମଣିକା: ODCLBSI
Highlight
Share
Copy
Want to have your highlights saved across all your devices? Sign up or sign in
Odia (CL) NT - ପବିତ୍ର ବାଇବଲ
© The Bible Society of India, 2018.
Used by permission. All rights reserved worldwide.