କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ 11
11
1ମୁଁ ଖ୍ରୀଷ୍ଟଙ୍କୁ ଅନୁକରଣ କଲା ପରି ତୁମ୍ଭେମାନେ ମୋତେ ଅନୁକରଣ କର।#୧ କରିନ୍ଥୀ ୪:୧୬; ଫିଲିପୀୟ ୩:୧୭।
ସମବେତ ଉପାସନା ଓ ପ୍ରଭୁଭୋଜ
2ମୁଁ ତୁମ୍ଭମାନଙ୍କର ପ୍ରଶଂସା କରୁଛି, କାରଣ ତୁମ୍ଭେମାନେ ମୋତେ ସବୁବେଳେ ସ୍ମରଣ କରୁଛ ଓ ମୁଁ ତୁମ୍ଭମାନଙ୍କୁ ଦେଇଥିବା ଶିକ୍ଷାସବୁ ପାଳନ କରୁଛ। 3ମୁଁ ତୁମ୍ଭମାନଙ୍କୁ ବୁଝାଇ ଦେବାକୁ ଚାହେଁ ଯେ, ଖ୍ରୀଷ୍ଟ ପ୍ରତ୍ୟେକ ପୁରୁଷର ମସ୍ତକ ସ୍ୱରୂପ, ସ୍ୱାମୀ ସ୍ତ୍ରୀର ମସ୍ତକ ସ୍ୱରୂପ ଓ ଈଶ୍ୱର ଖ୍ରୀଷ୍ଟଙ୍କ ମସ୍ତକ ସ୍ୱରୂପ। 4ତେଣୁ ଯେଉଁ ପୁରୁଷ ମସ୍ତକ ଆଚ୍ଛାଦନ କରି ପ୍ରାର୍ଥନା କରେ, ସେ ଖ୍ରୀଷ୍ଟଙ୍କର ଅବମାନନା କରେ। 5ଅପର ପକ୍ଷରେ ଯେଉଁ ନାରୀ ମସ୍ତକ ଆଚ୍ଛାଦନ ନ କରି ପ୍ରାର୍ଥନା କରେ କିମ୍ବା ଈଶ୍ୱରଙ୍କ ବାକ୍ୟ ପରିବେଷଣ କରେ, ସେ ତା’ ସ୍ୱାମୀର ଅବମାନନା କରେ। ସେହିଭଳି ନାରୀ, ମୁଣ୍ଡିତମସ୍ତକା ସ୍ତ୍ରୀ ଲୋକ ପରି। 6କୌଣସି ନାରୀ ଯଦି ତା’ ମସ୍ତକ ଆଚ୍ଛାଦନ କରିବାକୁ ନ ଚାହେଁ, ତେବେ ତା’ ମସ୍ତକର କେଶ କଟାଯାଉ। କିନ୍ତୁ କେଶ କଟା ହେବା କିମ୍ବା ମୁଣ୍ଡିତ ହେବା, ନାରୀ ପକ୍ଷରେ ଲଜ୍ଜାଜନକ ହୋଇଥିବାରୁ, ସେ ମସ୍ତକ ଆଚ୍ଛାଦନ କରିବା ଉଚିତ। 7ପୁରୁଷର ମସ୍ତକ ଆଚ୍ଛାଦନ କରିବା ଦରକାର ନାହିଁ, କାରଣ ଈଶ୍ୱରଙ୍କ ସାଦୃଶ୍ୟ ଓ ମହିମା ତା’ଠାରେ ପ୍ରତିଫଳିତ। କିନ୍ତୁ ନାରୀଠାରେ ପୁରୁଷର ମହିମା ପ୍ରତିଫଳିତ।#ଆଦି. ୧:୨୬-୨୭। 8ନାରୀ ପୁରୁଷଠାରୁ ସୃଷ୍ଟ; କିନ୍ତୁ ପୁରୁଷ ନାରୀଠାରୁ ସୃଷ୍ଟ ନୁହେଁ।#ଆଦି. ୨:୧୮-୨୩। 9ପୁଣି ପୁରୁଷର ସୃଷ୍ଟି ନାରୀ ନିମିତ୍ତ ନୁହେଁ; ମାତ୍ର ନାରୀର ସୃଷ୍ଟି ପୁରୁଷ ନିମିତ୍ତ। ଏଥିପାଇଁ ପୁରୁଷର କର୍ତ୍ତୃତ୍ୱ ନାରୀ ଉପରେ ଅଛି। 10ଏହାର ନିଦର୍ଶନ ସ୍ୱରୂପେ ଓ ସ୍ୱର୍ଗଦୂତମାନଙ୍କ ହେତୁ ନାରୀ ମସ୍ତକ ଆଚ୍ଛାଦନ କରିବା ଉଚିତ।#11:10 ଏଠାରେ ସମ୍ଭବତଃ ଆଦି ୬:୧-୨ରେ ବର୍ଣ୍ଣିତ ଘଟଣାକୁ ଉପଲକ୍ଷ୍ୟ କରାଯାଇଛି। ମାନବ କନ୍ୟାମାନଙ୍କ ଅନାବୃତ ମସ୍ତକର କେଶଗୁଚ୍ଛ ଦେଖି ସ୍ୱର୍ଗଦୂତମାନେ ପ୍ରଲୋଭିତ ହୋଇଥିଲେ ବୋଲି କିମ୍ବଦନ୍ତୀ ଥିଲା। 11ସେ ଯାହାହେଉ, ପ୍ରଭୁଙ୍କର ନିକଟରେ ପୁରୁଷ, ନାରୀଠାରୁ ସ୍ୱତନ୍ତ୍ର ନୁହେଁ, କିମ୍ବା ନାରୀ, ପୁରୁଷଠାରୁ ସ୍ୱତନ୍ତ୍ର ନୁହେଁ, 12କାରଣ ନାରୀ, ପୁରୁଷଠାରୁ ଉତ୍ପନ୍ନ, ସେହି ନାରୀ, ପୁରୁଷର ଜନ୍ମଦାତ୍ରୀ ଏବଂ ସମସ୍ତଙ୍କର ସୃଷ୍ଟିକର୍ତ୍ତା ଈଶ୍ୱର।
13ତୁମ୍ଭେମାନେ ନିଜେ ବିବେଚନା କର। ସର୍ବସାଧାରଣ ଉପାସନାରେ ଅନାବୃତ ମସ୍ତକରେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା, କ’ଣ ନାରୀ ପାଇଁ ଶୋଭନୀୟ? 14ପ୍ରକୃତି କ’ଣ ତୁମ୍ଭମାନଙ୍କୁ ଶିକ୍ଷା ଦେଇ ନାହିଁ ଯେ, ଦୀର୍ଘ କେଶ ପୁରୁଷର ଲଜ୍ଜାଜନକ, 15କିନ୍ତୁ ଏହା ସ୍ତ୍ରୀର ଗର୍ବର ବିଷୟ? ଏହି ଦୀର୍ଘ କେଶ ତା’ର ଆବରଣ ନିମନ୍ତେ ଦିଆଯାଇଛି। 16ଯଦି ଏହି ବିଷୟରେ କେହି ଯୁକ୍ତିତର୍କ କରିବାକୁ ଇଚ୍ଛା କରେ, ତେବେ ତାକୁ ମୋର ଏତିକି ବକ୍ତବ୍ୟ, ଆମ ମଧ୍ୟରେ କିମ୍ବା ଈଶ୍ୱରଙ୍କ ଉପାସନା ମଣ୍ଡଳୀମାନଙ୍କରେ ଉପାସନା ସମ୍ପର୍କରେ ଅନ୍ୟ କୌଣସି ପ୍ରଥା ନାହିଁ।
17ନିମ୍ନରେ ତୁମ୍ଭମାନଙ୍କୁ ଆଉ କେତୋଟି ନିର୍ଦ୍ଦେଶ ଦେବାବେଳେ ମୁଁ ତୁମର ପ୍ରଶଂସା କରି କିଛି କହି ପାରିବି ନାହିଁ। ତୁମ୍ଭେମାନେ ଉପାସନା ପାଇଁ ଏକତ୍ରିତ ହେବା ସମୟରେ, ଏହା ତୁମ ପକ୍ଷରେ ହିତକର ନ ହୋଇ ଅନିଷ୍ଟଜନକ ହେଉଛି। 18ପ୍ରଥମତଃ, ମୁଁ ଖବର ପାଇଛି ଯେ, ଉପାସନାଳୟରେ ଏକ୍ରତିତ ହେଲାବେଳେ ତୁମ୍ଭମାନଙ୍କ ମଧ୍ୟରେ ଦଳ ଭେଦ ସୃଷ୍ଟି ହେଉଛି। ଏହା ଆଂଶିକ ଭାବରେ ସତ୍ୟ ବୋଲି ମୋର ବିଶ୍ୱାସ। 19(ଅବଶ୍ୟ ତୁମ୍ଭମାନଙ୍କ ମଧ୍ୟରେ ଦଳ ଭେଦ ଘଟିବ ଏବଂ ଏହି ସଂଘର୍ଷ ଫଳରେ କେଉଁମାନଙ୍କର ମତ ଯଥାର୍ଥ, ଜଣାପଡ଼ିବ।) 20ତୁମ୍ଭେମାନେ ଗୋଟିଏ ଦଳ ସ୍ୱରୂପେ ଏକତ୍ରିତ ହୋଇ ଯେଉଁ ଭୋଜନରେ ଅଂଶୀ ହେଉଛ, ତାହା “ପ୍ରଭୁଭୋଜ ନୁହେଁ,” 21କାରଣ ସେତେବେଳେ ତୁମ୍ଭେମାନେ ପ୍ରତ୍ୟେକେ ନିଜ ନିଜ ଆହାର ଭୋଜନ କରିବାରେ ବ୍ୟସ୍ତ ଥାଅ। ଫଳରେ ଜଣେ କ୍ଷୁଧାର୍ତ୍ତ ଥିଲାବେଳେ, ଅନ୍ୟ ଜଣେ ମାତାଲ ହୋଇ ପଡ଼େ। 22ଭୋଜନ ପାନ କରିବା ପାଇଁ ତୁମର କ’ଣ ନିଜର ଘର ନାହିଁ? ଅଥବା ଈଶ୍ୱରଙ୍କ ମଣ୍ଡଳୀକୁ ତୁଚ୍ଛ ଜ୍ଞାନ କରିବା ଓ ଅଭାବଗ୍ରସ୍ତ ଲୋକମାନଙ୍କୁ ଅପମାନ ଦେବା, କଅଣ ତୁମର ଉଦ୍ଦେଶ୍ୟ? ମୁଁ ତୁମ୍ଭମାନଙ୍କୁ ଏ ବିଷୟରେ କ’ଣ କହିବି? କ’ଣ ତୁମ୍ଭମାନଙ୍କୁ ପ୍ରଶଂସା କରିବି? ନା, ଏ କ୍ଷେତ୍ରରେ ମୁଁ ତୁମ୍ଭମାନଙ୍କୁ ପ୍ରଶଂସା କରି ପାରିବି ନାହିଁ।
23ଏ ସମ୍ପର୍କରେ ପ୍ରଭୁଙ୍କଠାରୁ ମୁଁ ଯେଉଁ ନିର୍ଦ୍ଦେଶ ପାଇଛି, ତୁମ୍ଭମାନଙ୍କୁ ଜଣାଉଛି। ପ୍ରଭୁ ଯୀଶୁ ଶତ୍ରୁମାନଙ୍କ ହାତରେ ସମର୍ପିତ ହେବା ରାତିରେ ରୋଟୀ ନେଇ ଈଶ୍ୱରଙ୍କ ଧନ୍ୟବାଦ କଲେ, 24ତାହା ଭାଙ୍ଗି କହିଲେ, “ଏହି ହେଉଛି ତୁମ୍ଭମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ମୋର ଶରୀର। ମୋତେ ସ୍ମରଣ କରିବା ପାଇଁ ଏହା କର।” 25ଭୋଜନ ପରେ ସେହିପରି ପାନପାତ୍ର ଉଠାଇ ସେ କହିଲେ, “ଏହି ପାନପାତ୍ର ମୋର ରକ୍ତରେ ପ୍ରତିଷ୍ଠିତ ଈଶ୍ୱରଙ୍କ ନୂତନ ନିୟମ। ତୁମ୍ଭେମାନେ ଯେତେ ଥର ଏହି ପାନପାତ୍ରରୁ ପାନ କରିବ, ସେତେ ଥର ମୋତେ ସ୍ମରଣ କରିବାକୁ ଏହା କରିବ।”#ଯାତ୍ରା. ୨୪:୬-୮; ଯିରିମିୟ ୩୧:୩୧-୩୪।
26ଏଥିରୁ ଏହା ଜଣାପଡ଼ୁଛି ଯେ, ତୁମ୍ଭେମାନେ ଯେତେ ଥର ଏହି ରୋଟୀ ଭୋଜନ କର ଓ ଏହି ପାନପାତ୍ରରୁ ପାନ କର, ସେତେ ଥର ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁର ବାର୍ତ୍ତା ଘୋଷଣା କରିଥାଅ। 27ସୁତରାଂ ଯେ ଅଯୋଗ୍ୟ ଭାବରେ ପ୍ରଭୁଙ୍କ ସ୍ମାରକୀ ରୋଟୀ ଭୋଜନ କରେ ଏବଂ ପାନପାତ୍ରରୁ ପାନ କରେ, ସେ ପ୍ରଭୁଙ୍କର ଶରୀର ଓ ରକ୍ତ ବିରୁଦ୍ଧରେ ପାପ କରିବ। 28ତେଣୁ ଏହି ରୋଟୀ ଭୋଜନ କରିବା ପୂର୍ବରୁ ଓ ପାନପାତ୍ରରୁ ପାନ କରିବା ପୂର୍ବରୁ ପ୍ରତ୍ୟେକେ ଆତ୍ମପରୀକ୍ଷା କରନ୍ତୁ। 29କାରଣ ଯେଉଁ ବ୍ୟକ୍ତି ପ୍ରଭୁଙ୍କ ଶରୀରର ପ୍ରକୃତ ଅର୍ଥ ନ ବୁଝି ଭୋଜନ କରେ ଓ ପାନ କରେ, ସେ ନିଶ୍ଚୟ ଦଣ୍ଡନୀୟ ହେବ। 30ସେଥିପାଇଁ ତୁମ୍ଭମାନଙ୍କ ମଧ୍ୟରୁ ଆଜି ଅନେକେ ଦୁର୍ବଳ, ରୋଗାକ୍ରାନ୍ତ ଓ ମୃତ୍ୟୁମୁଖରେ ପଡ଼ିଛନ୍ତି। 31ପ୍ରଥମରୁ ଆତ୍ମବିଶ୍ଲେଷଣ କରି କାର୍ଯ୍ୟ କଲେ, ଆମେ ଈଶ୍ୱରଙ୍କ ଦଣ୍ଡ ଭୋଗ କରିବା ନାହିଁ, 32କିନ୍ତୁ ଜଗତର ଅନ୍ତିମ ଦଣ୍ଡରୁ ଆମକୁ ରକ୍ଷା କରିବା ପାଇଁ ଈଶ୍ୱର ଆମକୁ କ୍ଲେଶ ଦେଇ ସଂଶୋଧନ କରୁଛନ୍ତି।
33ସୁତରାଂ ବନ୍ଧୁଗଣ, ତୁମେମାନେ ପ୍ରଭୁଭୋଜ ନିମନ୍ତେ ସମବେତ ହେବା ସମୟରେ ପରସ୍ପର ପାଇଁ ଅପେକ୍ଷା କର। 34ତୁମ୍ଭମାନଙ୍କର ସମାବେଶ ଯେପରି ଦଣ୍ଡର କାରଣ ନ ହୁଏ, ସେଥିପାଇଁ ଯଦି କେହି କ୍ଷୁଧିତ, ତେବେ ସେ ଘରେ ଭୋଜନ କରି ଆସୁ। ଅନ୍ୟାନ୍ୟ ବିଷୟ ସବୁ ମୁଁ ଗଲେ ବୁଝାଇ ଦେବି।
Currently Selected:
କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ 11: ODCLBSI
Highlight
Share
Copy
Want to have your highlights saved across all your devices? Sign up or sign in
Odia (CL) NT - ପବିତ୍ର ବାଇବଲ
© The Bible Society of India, 2018.
Used by permission. All rights reserved worldwide.

: