1
ଫିଲିପୀୟ 4:6
ପବିତ୍ର ବାଇବଲ (CL) NT (BSI)
ODCLBSI
କୌଣସି ବିଷୟରେ ବ୍ୟସ୍ତ ହୁଅ ନାହିଁ। କିନ୍ତୁ ତୁମର ଯାହା ଆବଶ୍ୟକ, ତାହା ପ୍ରାର୍ଥନାରେ ଈଶ୍ୱରଙ୍କୁ ମାଗ। ପୁଣି ପ୍ରାର୍ଥନା କରିବା ବେଳେ ସର୍ବଦା ହୃଦୟର ଧନ୍ୟବାଦ ଜ୍ଞାପନ କର
Compare
Explore ଫିଲିପୀୟ 4:6
2
ଫିଲିପୀୟ 4:7
ତା’ହେଲେ ମନୁଷ୍ୟର ବୋଧଅଗମ୍ୟ ଈଶ୍ୱରଙ୍କର ଶାନ୍ତି ଖ୍ରୀଷ୍ଟ ଯୀଶୁଙ୍କ ସାହଚର୍ଯ୍ୟରେ ତୁମ ହୃଦୟ ଓ ମନକୁ ସୁରକ୍ଷା କରିବ।
Explore ଫିଲିପୀୟ 4:7
3
ଫିଲିପୀୟ 4:8
ପରିଶେଷରେ, ଭାଇମାନେ, ଯେଉଁ ସମସ୍ତ ବିଷୟ ସତ୍ ଓ ପ୍ରଶଂସ୍ୟ, ଯାହା ସବୁ ସତ୍ୟ ଓ ମହତ୍, ଯାହା ଯଥାର୍ଥ, ବିଶୁଦ୍ଧ, ପ୍ରୀତିକର ଓ ସମ୍ମାନଜନକ, ସେ ସବୁ ତୁମ୍ଭମାନଙ୍କର ଚିନ୍ତନୀୟ ବିଷୟ ହେଉ।
Explore ଫିଲିପୀୟ 4:8
4
ଫିଲିପୀୟ 4:13
ମୋର ଶକ୍ତିଦାତା ଖ୍ରୀଷ୍ଟଙ୍କ ସହାୟତାରେ ମୁଁ ସବୁ କିଛି କରିପାରେ।
Explore ଫିଲିପୀୟ 4:13
5
ଫିଲିପୀୟ 4:4
ପ୍ରଭୁଙ୍କ ସହିତ ସଂଯୁକ୍ତ ହୋଇଥିବାରୁ ସବୁବେଳେ ଆନନ୍ଦ କର। ପୁନର୍ବାର କହୁଅଛି, “ଆନନ୍ଦ କର।”
Explore ଫିଲିପୀୟ 4:4
6
ଫିଲିପୀୟ 4:19
ଖ୍ରୀଷ୍ଟଙ୍କ ଦ୍ୱାରା ମୋ’ ଈଶ୍ୱର ତାଙ୍କର ପ୍ରଚୁର ଐଶ୍ୱର୍ଯ୍ୟରେ ତୁମ୍ଭମାନଙ୍କର ସମସ୍ତ ଆବଶ୍ୟକତା ଯୋଗାଇ ଦେବେ।
Explore ଫିଲିପୀୟ 4:19
7
ଫିଲିପୀୟ 4:9
ମୋର କଥା ଓ କ୍ରିୟାରୁ ଯାହା ଶିଖିଛ ଓ ଗ୍ରହଣ କରିଛ, ତାହାକୁ କାର୍ଯ୍ୟରେ ପରିଣତ କର। ତାହାହେଲେ, ଶାନ୍ତିଦାତା ଈଶ୍ୱର ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେବେ।
Explore ଫିଲିପୀୟ 4:9
8
ଫିଲିପୀୟ 4:5
ସମସ୍ତଙ୍କ ସହିତ ଭଦ୍ର ବ୍ୟବହାର କର। ପ୍ରଭୁଙ୍କ ଆଗମନ ନିକଟବର୍ତ୍ତୀ ହେଲାଣି।
Explore ଫିଲିପୀୟ 4:5
9
ଫିଲିପୀୟ 4:12
ଅଭାବ ହେଉ, ପ୍ରାଚୁର୍ଯ୍ୟ ହେଉ, କିପରି ତା’ର ସମ୍ମୁଖୀନ ହେବାକୁ ହୁଏ, ତାହା ମୁଁ ଜାଣିଛି। ତେଣୁ ଯେ କୌଣସି ସମୟରେ, ଯେ କୌଣସି ପରିସ୍ଥିତିରେ, କ୍ଷୁଧାର୍ତ୍ତ ଥିବା ବେଳେ ଯେପରି, ପରିତୃପ୍ତ ହେବା ପରେ ମଧ୍ୟ ସେହିପରି, ଅଭାବଗ୍ରସ୍ତ ହେବା ସମୟରେ, ପୁଣି ପ୍ରାଚୁର୍ଯ୍ୟ ମଧ୍ୟରେ ମୁଁ ସଦା ସନ୍ତୁଷ୍ଟ।
Explore ଫିଲିପୀୟ 4:12
10
ଫିଲିପୀୟ 4:11
ମୁଁ ନିଜକୁ ଅବହେଳିତ ମନେକରି ଏହି କଥା କହୁ ନାହିଁ, କାରଣ ମୋର ଯାହା ଅଛି, ସେତିକିରେ ସନ୍ତୁଷ୍ଟ ରହିବାକୁ ମୁଁ ଶିକ୍ଷା କରିଛି।
Explore ଫିଲିପୀୟ 4:11
Home
Bible
Plans
Videos