1
ଯାତ୍ରା ପୁସ୍ତକ 2:24-25
ପବିତ୍ର ବାଇବଲ (Re-edited) - (BSI)
ODIAOV-BSI
ତହିଁରେ ପରମେଶ୍ଵର ସେମାନଙ୍କ ଆର୍ତ୍ତସ୍ଵର ଶୁଣିଲେ, ଆଉ ଅବ୍ରହାମ ଓ ଇସ୍ହାକ ଓ ଯାକୁବଙ୍କ ସହିତ କୃତ ଆପଣା ନିୟମ ସ୍ମରଣ କରି, ଇସ୍ରାଏଲ ସନ୍ତାନଗଣ ପ୍ରତି ଦୃଷ୍ଟିପାତ କଲେ ଓ ସେମାନଙ୍କ ଅବସ୍ଥା ଜାଣିଲେ।
Compare
Explore ଯାତ୍ରା ପୁସ୍ତକ 2:24-25
2
ଯାତ୍ରା ପୁସ୍ତକ 2:23
ବହୁ କାଳ ଉତ୍ତାରେ ମିସ୍ରୀୟ ରାଜାଙ୍କର ମୃତ୍ୟୁ ହେଲା, ପୁଣି ଇସ୍ରାଏଲ-ସନ୍ତାନଗଣ ଦାସ୍ୟକର୍ମ ହେତୁରୁ ହାହାକାର ଓ କ୍ରନ୍ଦନ କଲେ ଓ ଦାସ୍ୟକର୍ମ ସକାଶୁ ସେମାନଙ୍କ ଆର୍ତ୍ତନାଦ ପରମେଶ୍ଵରଙ୍କ ଛାମୁରେ ଉପସ୍ଥିତ ହେଲା।
Explore ଯାତ୍ରା ପୁସ୍ତକ 2:23
3
ଯାତ୍ରା ପୁସ୍ତକ 2:10
ଅନନ୍ତର ବାଳକ ବଢ଼ନ୍ତେ, ସେ ତାକୁ ନେଇ ଫାରୋଙ୍କର କନ୍ୟାକୁ ଦେଲା। ତହିଁରେ ବାଳକ ତାହାର ପୁତ୍ର ହେଲା। ତେଣୁ ସେ ତାହାର ନାମ ମୋଶା (ଆକର୍ଷିତ) ଦେଲା; କାରଣ ସେ କହିଲା, ମୁଁ ଜଳରୁ ଏହାକୁ ଆକର୍ଷଣ କଲି। ମୋଶାଙ୍କର ମିଦୀୟନକୁ ପଳାୟନ
Explore ଯାତ୍ରା ପୁସ୍ତକ 2:10
4
ଯାତ୍ରା ପୁସ୍ତକ 2:9
ତେବେ ଫାରୋଙ୍କର କନ୍ୟା ତାହାକୁ କହିଲା, ତୁମ୍ଭେ ଏ ବାଳକକୁ ନେଇ ମୋʼ ନିମନ୍ତେ ସ୍ତନ୍ୟପାନ କରାଅ; ମୁଁ ତୁମ୍ଭକୁ ବର୍ତ୍ତନ ଦେବି; ତହିଁରେ ସେ ସ୍ତ୍ରୀ ବାଳକକୁ ନେଇ ସ୍ତନ୍ୟପାନ କରାଇଲା।
Explore ଯାତ୍ରା ପୁସ୍ତକ 2:9
5
ଯାତ୍ରା ପୁସ୍ତକ 2:5
ଅନନ୍ତର ଫାରୋଙ୍କ କନ୍ୟା ସ୍ନାନ ନିମନ୍ତେ ନଦୀକି ଆସନ୍ତେ, ତାହାର ସହଚରୀଗଣ ନଦୀ ତୀରରେ ଭ୍ରମଣ କରୁଥିଲେ। ଏଥିମଧ୍ୟରେ ସେ ନଳବନରେ ଗୋଟିଏ ପେଡ଼ି ଦେଖି ତାହା ଆଣିବାକୁ ଆପଣା ଦାସୀକି ପଠାଇଲା।
Explore ଯାତ୍ରା ପୁସ୍ତକ 2:5
6
ଯାତ୍ରା ପୁସ୍ତକ 2:11-12
କାଳକ୍ରମେ ମୋଶା ବଡ଼ ହେଲା ଉତ୍ତାରେ ଦିନକରେ ସେ ଆପଣା ଭ୍ରାତୃଗଣ ନିକଟକୁ ଯାଇ ସେମାନଙ୍କୁ ଭାର ବହିବାର ଦେଖିଲେ; ପୁଣି ଜଣେ ମିସ୍ରୀୟ ତାହାର ଭ୍ରାତୃଗଣ ମଧ୍ୟରୁ ଜଣେ ଏବ୍ରୀକି ପ୍ରହାର କରୁଥିବାର ଦେଖିଲେ। ଏହେତୁ ସେ ଏଣେତେଣେ ଅନାଇ କାହାକୁ ନ ଦେଖି ସେହି ମିସ୍ରୀୟକୁ ବଧ କରି ବାଲିରେ ପୋତି ଦେଲେ।
Explore ଯାତ୍ରା ପୁସ୍ତକ 2:11-12
Home
Bible
Plans
Videos